Loading...
A blog on Forest Fire
A blog on Forest Fire
📌 blog 📅 June 18, 2025
Home » A blog on Forest Fire

By Hrushikesh Pradhan

I hail from Kandhamal district in Odisha and belong to the Kandha tribe. Since my childhood, I have seen forests nearby my village ablaze with fire. I have experienced climate change very closely as there have been erratic rainfalls and extreme heatwaves over the past few years. To raise my voice against climate crisis, I initiated my own start-up, an NGO called as ‘Antaraga Foundation’ which has engaged more than 20,000 youth in the district of Kandhamal with the issues of forest fire, water conservation and protection of forests. I am an active advocate for the Youth4Water Plus Campaign and I take part in most activities and events. My aim is to raise awareness on climate change and protect forests. I write about my views on a forest fire to make the community more aware about the pressing issues.

Recently, I took part in the State’s 3rd youth choupal hosted by Y20 in collaboration with PANTISS Foundation, Youth4Water Plus, UNICEF, Action for Social Development, Action for the Nations Trust, and PAGA at a remote tribal village Kudupakia, A. Nuagam block in Kandhamal district Odisha on 16th April 2023.

The Youth Choupal was conducted to raise awareness on the issue of forest fires. Odisha has been in the headlines for raging forest fires for the past 2-3 months. The tribal youth from Kudupakia village mostly belonging to the Kandha tribe tried to address the issue. They used many mechanisms to battle forest fires. Firstly, if the spread of the fire is in a small range, they separated the dried leaves in the area so that the fire does not spread. If the spread is larger, they contacted the Forest Ranger of the division to deal with it professionally. The youth also sing folk songs about a forest fire in the community meeting to make the villagers aware of the issue and be more cautious.

Sharing my views on forest fire and protection of forests in Youth Choupal at Kudupakia village Kandhamal district

ଜଳବାୟୁ ପରିବର୍ତ୍ତନ ନୁହେଁ ମାନସିକତାରେ ପରିବର୍ତ୍ତନ ଦରକାର।

ଜଳବାୟୁ ପରିବର୍ତ୍ତନ ଏକ ପ୍ରକ୍ରିୟା। ମନୁଷ୍ୟ ନିଜର ସମସ୍ତ ଉପଯୋଗୀ ପାଇଁ ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ପ୍ରକୃତି ଉପରେ ଅତ୍ୟାଚାର କରିଥାଏ। ହେଲେ ମନୁଷ୍ୟ କେବେ ଏହା ଚିନ୍ତା କରୁନି ଯେ ଏହାର ପରିଣାମ ମୋତେ ଭୋଗିବାକୁ ପଡ଼ିବ। ଯେମିତି କି ପୂର୍ବ ପରି ପୃଥିବୀରେ ଜଳ, ଜଙ୍ଗଲ ଓ ସୁସ୍ଥ ବାୟୁର ପରିମାଣ ଯେତିକି ଭଲ ଥିଲା ତାହା ଆସ୍ତେ ଆସ୍ତେ ହ୍ରାସ ହେବାରେ ଲାଗିଛି। ଏହାର କୁପରିଣାମ ମଣିଷକୁ ହିଁ ଭୋଗିବାକୁ ପଡ଼ିଥାଏ। କେବଳ ଏହା ବୋଲି ନୁହେଁ ଅନ୍ୟ ଦିଗରେ କଳକାରଖାନାମାନ ବୃଦ୍ଧି କରିବା, ଯାନବାହାନର ଅତ୍ୟଧିକ ବ୍ୟବହାର, କୋଠା ଓ ରାସ୍ତାଘାଟର ନିର୍ମାଣ ଓ ଏହାର ନିଷ୍କାସିତ ଦୂଷିତ ଜଳ ଓ ଦୂଷିତ ଧୁଆଁର ଉଚିତ୍ ନିୟନ୍ତ୍ରଣ ନକରିବା ଏବଂ ଜନଜୀବନର ଭବିଷ୍ୟତ ପାଇଁ ରାସ୍ତାଘାଟ ଓ କୋଠାର ନିର୍ମାଣରେ ମୁଖ୍ୟ ସ୍ରୋତ ପାଲଟିବା ଫଳରେ ଆଜି ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି। ଏହାର ତୁରନ୍ତ ସମାଧାନ ଓ ପରିବର୍ତ୍ତନ ଦିଗରେ ମନୁଷ୍ୟ ବର୍ତ୍ତମାନ ଠାରୁ ଚିନ୍ତା ନ କରେ ତେବେ ଆଗାମୀ ପିଢ଼ି ପାଇଁ ବ୍ୟାପକ ସୃଷ୍ଟି ହେବ ଯାହା 

ବଞ୍ଚିବାର ରାହା ଖୋଜିଲେ ମଧ୍ୟ ମିଳିବ ନାହିଁ। ଗୋଟିଏ ପଟେ ବିଭିନ୍ନ କଳକାରଖାନାର ନିଷ୍କାସିତ ଜଳଗୁଡ଼ିକ ଡ୍ରେନ ମାଧ୍ୟମରେ ଯାଇ ଅନେକ ନଦୀ ଝରଣା ସହିତ ଯାଇ ସମୁଦ୍ର ଜଳକୁ ଦୂଷିତ କରୁଥିବା ବେଳେ ଅନ୍ୟକ୍ଷେତ୍ରରେ ସେହି କଳକାରଖାନା ମାନଙ୍କର ନିର୍ଗତ ଧୂଆଁ, ଯାନବାହାନର ନିର୍ଗତ ଧୂଆଁ ଏବଂ ଅନ୍ୟପଟେ ଜଙ୍ଗଲରେ ନିଆଁ ଲାଗି ସମ୍ପୂର୍ଣ୍ଣ ବାୟୁମଣ୍ଡଳକୁ ଦୂଷିତ କରୁଛି। ଏହି ସମସ୍ତ କାରଣ ଯୋଗୁଁ ପୃଥିବୀର ତାପମାତ୍ରା ବୃଦ୍ଧି ହେବା ସହ ଗ୍ରୀଷ୍ମ ପ୍ରବାହ ପ୍ରଖର ହେଉଥିବା ଅନୁମାନ କରାଯାଉଛି। 

ସରକାର ଜଳବାୟୁ ପରିବର୍ତ୍ତନ ଦିଗରେ ଅନେଗୁଡ଼ିଏ ବ୍ୟବସ୍ଥା କଲେଣି କିନ୍ତୁ ମନୁଷ୍ୟ ନିଜର ସମସ୍ତ ଆବଶ୍ୟକତା ପୂରଣ କରିବା ପଛରେ ପ୍ରକୃତିର କ୍ଷତି କରିବା ପାଇଁ ପଛାଉ ନାହିଁ। ଏହାର ନିୟନ୍ତ୍ରଣ ପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଯାହାଫଳରେ ଲୋକମାନଙ୍କ ପାଖରେ ପହଞ୍ଚାଇବାର ନୂତନ ମାଧ୍ୟମ ସୃଷ୍ଟି କରିବାରେ ସହାୟକ ହେବ।

ଚଳିତ ବର୍ଷ ଭାରତରେ ପାଖାପାଖି ୫୮ ପ୍ରତିଶତ ଜଙ୍ଗଲ ଜଳିଯାଇଥିବା ପରିଲକ୍ଷିତ ହୁଏ କିନ୍ତୁ ଦେଶ ପାଇଁ ବା ମନୁଷ୍ୟ ଜୀବନ ପାଇଁ ଏହା ଅତ୍ୟନ୍ତ ଦୁଃଖଦ ଏବଂ ପରିତାପର ବିଷୟ ଅଟେ। 

Forest fire at adjoining forest area of Kudupakia village in Kandhamal district

ପୂର୍ବରୁ ଯେଉଁ ଜଙ୍ଗଲରେ ଯେତିକି ପରିମାଣରେ ବୃକ୍ଷଲତାରେ ପରିପୂର୍ଣ୍ଣ ଥିଲା ତାହା ଆସ୍ତେ ଆସ୍ତେ ବହୁତ ହ୍ରାସ ପାଇଛି। ଜଙ୍ଗଲ ଓ ଜଙ୍ଗଲ ଜାତଦ୍ରବ୍ୟ ଉପରେ ନିର୍ଭର କରି ଜୀବନ ଜୀବିକା ନିର୍ବାହ କରୁଥିବା ଅଧିକାଂଶ ଲୋକମାନେ ବର୍ତ୍ତମାନ ସହରମୁହା ହେଉଛନ୍ତି। ଅଥଚ ଏହି ଜଙ୍ଗଲଜାତ ଦ୍ରବ୍ୟ ଏବେ ପୂର୍ବାପେକ୍ଷା ଯଥେଷ୍ଟ କମ ମିଳୁଥିବା ଅନୁମାନ କରାଯାଉଛି। ଏହାର କାରଣ ଯେତେବେଳେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରନ୍ତି, ସେତେବେଳେ ଉତ୍ପାଦକ ବୃକ୍ଷଗୁଡ଼ିକ ମୂଳପୋଛ କରୁଛନ୍ତି। ତାହା ପରବର୍ତ୍ତୀ ସମୟରେ ମିଳିବା କଷ୍ଟକର ହେବାକୁ ଲାଗୁଛି। ବିଭିନ୍ନ ଔଷଧୀୟ ବୃକ୍ଷଗୁଡ଼ିକ ଆଉ ଦେଖିବାକୁ ମିଳୁନାହିଁ। ଜଙ୍ଗଲ ଉପରେ ନିର୍ଭର କରୁଥିବା ପାରମ୍ପରିକ ବାନବାସୀମାନେ ହଳଦୀ ଖୋଲିବା ଓ ମହୁଲ ସଂଗ୍ରହ ସମୟରେ ମହୁଲ ଗଛର ନିମ୍ନ ଭାଗରେ ସହଜ ସାଧ୍ୟ ପାଇଁ ପତ୍ରରେ ନିଆଁ ଲଗାଇ ଘରକୁ ଫେରିବା ଓ ଶିକାରୀମାନେ ବନ୍ୟଜନ୍ତୁ ଶିକାର କରିବା ସମୟରେ ନିଆଁ ଲଗାଇଦେବା ଓ ନିର୍ବୁଧିଆଙ୍କ ଯୋଗୁଁ ଜଙ୍ଗଲରେ ନିଆଁ ଲାଗିବା ଇତ୍ୟାଦି ତାହା ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ନିଆଁ ଜଙ୍ଗଲରେ ଲାଗି ସମ୍ପୂର୍ଣ୍ଣ ଜଙ୍ଗଲ ଜଳି ଛୋଟ ବୃକ୍ଷ, କୀଟ ପତଙ୍ଗ ଇତ୍ୟାଦି ବିଲୁପ୍ତ ହେବାକୁ ଲାଗୁଛି। ଏହିପରି କେତେକ ଅଞ୍ଚଳର ଜଙ୍ଗଲ ଗୁଡ଼ିକ ନିଆଁରେ ଜଳିବା ଯୋଗୁଁ ଏହାର ଜଙ୍ଗଲ ନଷ୍ଟ ହେବା ସହିତ ପରିବେଶ ତଥା ବାୟୁମଣ୍ଡଳ ପାଇଁ ଏକ କ୍ଷତିକାରକ ପହଁଞ୍ଚାଉଥିବା ପରିଲକ୍ଷିତ ହେଉଛି। ପରବର୍ତ୍ତୀ ସମୟରେ ହଳଦୀ ଚାଷ ପାଇଁ ଡାଳ ଓ ପତ୍ର ମିଳିବା କଷ୍ଟସାଧ୍ୟ ହେଉଛି। ଏପରି ସ୍ଥଳେ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ଯ ହ୍ରାସ ପାଇବ ଯୋଗୁଁ ଲୋକମାନଙ୍କର ଆଉ ଜଙ୍ଗଲ ପ୍ରତି ଆତ୍ମିୟତା ଦେଖିବାକୁ ମିଳୁ ନାହିଁ। ଜଙ୍ଗଲରେ ନିଆଁ ଲାଗିଥିବା ଦୃଷ୍ୟପୋଟ୍ଟ ହେଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଭର କରିବା ଭଳି ଅଭ୍ୟାସଗତ ପାଲଟି ଯାଇଛି। ଏଥି ଯୋଗୁଁ ଦିନକୁ ଦିନ ଜଙ୍ଗଲରେ ନିଆଁ ଲାଗିବା ସ୍ଵାଭାବିକ ହୋଇପଡିଛି। ଏହାର କାରଣ ଠିକ୍ ସମୟରେ ବର୍ଷା ନହେବା ଏବଂ ଆବଶ୍ୟକତା ଠାରୁ  ବର୍ଷା ଅନିର୍ଦ୍ଧିଷ୍ଟ ସମୟରେ ଅତ୍ୟଧିକ ବର୍ଷା ହେବା ଭଳି ଅନୁମାନ କରାଯାଉଛି। ଏହି ସବୁ କାରଣ ପାଇଁ ଚାଷୀ ନିଜ ଚାଷ କରିବାକୁ ଆଉ ଆଗ୍ରହ ହେଉନଥିବା ପରିଲକ୍ଷିତ ହେଉଛି। ଠିକ୍ ସମୟରେ ବର୍ଷା ନହେବା ଫଳରେ ଚାଷରେ ଉତ୍ପାଦନ କମ୍ ହେଉଥିବା ଅନୁମାନ କରାଯାଉଛି। ଯେତେବେଳେ ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶକୁ ମନୁଷ୍ୟ ନିଜର ବୋଲି ଭାବିବା ସହିତ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟି ଆକର୍ଷଣ କରିନାହିଁ ସେତେବେଳେ ପର୍ଯ୍ୟନ୍ତ ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହିତ ଜଙ୍ଗଲ ନଷ୍ଟ ହେବ ଏବଂ ଏହି ସମସ୍ୟା ଏକ ମହାମାରୀର ରୂପ ଧାରଣ କରିବ। ବର୍ତ୍ତମାନ ଠାରୁ ଭବିଷ୍ୟତ ପର୍ଯ୍ୟନ୍ତ ଜଙ୍ଗଲ ହିଁ ଏକ ମାତ୍ର ମାଧ୍ୟମ ବା ବିକଳ୍ପ ହେବ ସାରା ବିଶ୍ୱକୁ ସୁସ୍ଥ ବାୟୁ ପ୍ରଦାନ କରିବ  ଓ ସୁରକ୍ଷିତ  ଜୀବନଯାପନ କରିବା ପାଇଁ ଏକ ପ୍ରମୁଖ ମାର୍ଗ ହେବ। ଯଦି ଜଙ୍ଗଲ ସୁରକ୍ଷିତ ନାହିଁ ତେବେ ନା ମିଳିବ ସୁସ୍ଥ ବାୟୁ, ନା ମିଳିବ ବର୍ଷା, ନା ମଳିବ ପ୍ରାକୃତିକ ପରିବେଶ। 

ପ୍ରାକୃତିକ ସମ୍ବଳ ଯଥା ନଦୀ, ଝରଣା ଓ ଜଙ୍ଗଲ ପରି ଅନେକ ପ୍ରକୃତିରଶୋଭାରାଜି ଏହାକୁ ସୁରକ୍ଷିତ ଦେବା ମନୁଷ୍ୟର ମୁଖ୍ୟ କର୍ତ୍ତବ୍ୟ ହେବା ଜରୁରୀ। ଯଦି ଏହାକୁ କୌଣସି ବ୍ୟକ୍ତି ନଷ୍ଟ କରୁଛି ତେବେ ତାଙ୍କ ପାଇଁ ଉଚିତ୍  ଜୋରିମାନା ଓ ଦଣ୍ଡାଦେଶ ଦେବା ନିମନ୍ତେ ଆୟୋଜନ କରାଯିବା ଆବଶ୍ୟକ। ଅନେକ ସମୟରେ ସରକାରଙ୍କ ଦ୍ୱାରା ଏହି ବ୍ୟବସ୍ଥା ଥିଲେ ସୁଦ୍ଧା ତାହାର କୌଣସି ପ୍ରୟୋଗ କରାଯାଉନଥିବା ହେତୁ ଉତ୍ୟକ୍ତଙ୍କ ଏପରି କ୍ଷତିକାରକ କାର୍ଯ୍ୟ କରିବାକୁ ପଛାଉନଥିବା ପରିଲକ୍ଷିତ ହୁଏ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପାଇଥିବା ଅଭୟାରଣ୍ୟର ଅବସ୍ଥା ମଧ୍ୟ ସାଙ୍ଘାତିକ ହେବାକୁ ଲାଗିଲାଣି। ଏଥି ପାଇଁ ପ୍ରତ୍ୟେକ ମନୁଷ୍ୟ ଜାତି ସଚେତନ ଓ ସଜାଗ ହେଲେ ପୃଥିବୀ ଜୈବମଣ୍ଡଳରେ ଶୀତଳତାପ ମିଳିବ।

 ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଓ ଜଙ୍ଗଲ ନିଆଁର କୁପରିଣାମ ଉପରେ ସଚେତନ କରିବା ପାଇଁ ୟୁଥ୍ ଫର୍ ୱାଟର ପ୍ଲସ ଦ୍ଵାରା ପଦକ୍ଷେପମାନ ନିଆଯାଇ ଏହାର ଜନସଚେତନତା ଦିଗରେ ଯୁବ ଗୋଷ୍ଠୀଙ୍କୁ ଏକତ୍ରିତ କରି ଗ୍ରାମ ସ୍ତରରୁ ସହର ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଅଭିଯାନ ଆରମ୍ଭ ହୋଇଛି। ବର୍ତ୍ତମାନର ବିଶ୍ୱ ତାପମାତ୍ରା ଓ ପରିସ୍ଥିତି ଅନୁଧ୍ୟାନ କରି ଯୁବ ଗୋଷ୍ଠୀ ଏକତ୍ରିତ ହୋଇ ମାନସିକତାର ପରିବର୍ତ୍ତନ ହେଲେ ନିଶ୍ଚୟ ଜଳବାୟୁ ପରିବର୍ତ୍ତନ ସୁଚାରୁରୂପେ ସମ୍ପାଦନ ହେବ । ୟୁଥ୍ ଫର୍ ୱାଟର ପ୍ଲସ ଓ ଅନ୍ତରଙ୍ଗ ଯୁବ ମହାସଂଘ ଭଳି  ବିଭିନ୍ନ ସାମାଜିକ କର୍ମୀ, ସ୍ବେଛାସେବୀ ସଂଗଠନ, ଯୁବ ଗୋଷ୍ଠୀ, ଲୋକ ସଂଗଠନ, ସ୍ଵୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକ ଏହି ଜଙ୍ଗଲକୁ ନିଆଁ ଦାଉରୁ ରୋକିବା ସହିତ ଅଧିକ ମାତ୍ରାରେ ବୃକ୍ଷ ରୋପଣ କରିବା ନିମନ୍ତେ ପ୍ରୟାସ କରନ୍ତି ତେବେ ଆଗାମୀ ପିଢ଼ି ବା ଭବିଷ୍ୟତ ପାଇଁ ଏକ ଉଦାହରଣ ସୃଷ୍ଟି ହେବା ସହିତ ଏହି ବିଶ୍ଵ ତାପମାତ୍ରାରୁ ସମସ୍ତେ ଆଶ୍ୱସ୍ତି ପାଇବେ।

ହୃଷିକେଶ ପ୍ରଧାନ

ସମାଜସେବୀ,କନ୍ଧମାଳ

ଯୋଗାଯୋଗ:୯୪୩୯୬୩୫୭୨୯

×